ଫେସବୁକ ପ୍ରଚଳିତ କରିବ "ଲିବ୍ରା" କ୍ରିପ୍ଟୋକରେନ୍ସି-ଫେସବୁକ ମୁଦ୍ରା



ସୋସିଆଲ ମେଡିଆ "ଫେସବୁକ" ଏବେ ପ୍ରଚଳିତ କରିବାକୁ ଯାଉଛି କ୍ରିପ୍ଟୋ କରେନ୍ସି “ଲିବ୍ରା” ଦୀର୍ଘ ଦୁଇସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ଏହି କ୍ରିପ୍ଟୋ କରେନ୍ସି ଲିବ୍ରା


କ୍ରିପ୍ଟୋ କରେନ୍ସି କଣ ?

ଟଙ୍କା ପଇସା କିମ୍ବା ଡଲାର ପରି “ଲିବ୍ରା” କ୍ରିପ୍ଟୋ କରେନ୍ସି ମଧ୍ୟ ଏକ ବୈକନ୍ଦ୍ରିକ ମୁଦ୍ରା ଏବଂ ଏକ ନେଣ ଦେଣ ର ମାଧ୍ୟମ ଯାହା କେବଳ ଇଣ୍ଟର୍ନେଟ ଜଗତରେ କାମରେ ଆସିବ ଆନ୍ତର୍ଜାତୀୟ ବଜାରରେ କିଛି ଜିନିଷ କ୍ରୟ କିମ୍ବା ବିକ୍ରୟ କରିବାକୁ ହେଲେ ଡଲାର ପରି ଆମେରିକୀୟ ମୁଦ୍ରାର ଆବଶ୍ୟକ ପଡିଥାଏ । ତେଣୁ ସୁରକ୍ଷା କୁ ଦୃଷ୍ଟିରେ ରଖି ଫେସବୁକ ଏହି କ୍ରିପ୍ଟୋ କରେନ୍ସି ପ୍ରଚଳିତ କରିବାକୁ ଯାଉଛି ,ଯାହାକି ସବୁ ଦେଶରେ ପ୍ରଚଳିତ ହେବ କୌଣସି ଜାତୀୟ ବା ଆନ୍ତର୍ଜାତୀୟ ମୁଦ୍ରା ପରିବର୍ତ୍ତନ ବେଳେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ଏଥିରେ ସେହି ଅସୁବିଧା ଗ୍ରାହକ ମାନଙ୍କୁ ଉଠାଇବାକୁ ପଡି ନଥାଏ । ଫେସବୁକ ଏହାକୁ ଭିସା, ମାଷ୍ଟର କାର୍ଡ, ସ୍ପୋଟିଫାଏ, ଲିଫ୍ଟ, ଉବର ଓ ଇବେ ପରି ୨୭ଟି ଅନ୍ୟ ବଡ ବଡ କମ୍ପାନୀ ର ମିଳିତ ସହଯୋଗରେ ପ୍ରଚଳନ କରିବ । ଏହାକୁ ଲିବ୍ରା ଆସୋସିଏସନ ନାମ ଦିଆଯାଇଛି । ଏହି ସଂସ୍ଥା ସମସ୍ତ ନେଣଦେଣର ହିସାବ ରଖିବ । ୨୦୨୦ ସୁଧା ୧୦୦ଟି ଅନ୍ୟ କମ୍ପାନୀକୁ ଏଥିରେ ସାମିଲ କରାଯିବାର ଲକ୍ଷ ରଖିଛି ଫେସବୁକ ।

ତେବେ ଏହି କ୍ରିପ୍ଟୋ କରେନ୍ସି ଆନ୍ତର୍ଜାତୀୟ ବଜାରରେ କେତେ ସଫଳ ରହିବ ତାହା ସମୟ କହିବ ।